ସୋସିଆଲ୍‌ ମିଡିଆରେ ଫେକ୍‌ ନ୍ୟୁଜ୍ ଭାଇରାଲ୍‌ କରି ବନ୍ଧା ହେଲେ

ଯାଜପୁର: ଓଟିଭି ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଯାଜପୁର ସଟ୍ ଡାଉନ୍ ନେଇ ସୋସିଆଲ୍‌ ମିଡିଆରେ ମିଛ ଖବର ପ୍ରଚାର ଅଭିଯୋଗରେ ଯାଜପୁର ପୁଲିସ୍‌ ଜଣଙ୍କୁ ଗିରଫ କରିଛି।

ମୁଖ୍ୟ ଅଭିଯୁକ୍ତ ହିମାଂଶୁ ବରାଳଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ଦଫା ୧୮୮, ୨୬୯, ୨୭୦, ୫୦୫(ବି)ରେ ମାମଲା ରୁଜୁ ହୋଇଛି। ଏହାସହ ୩୪ IPC, ୩ ଇଡି ଆକ୍ଟ, ୫୪ଡିଏମ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ସୂଚନଥାଉ କି, OTV ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଯାଜପୁର ସଟ୍ ଡାଉନ୍ ନେଇ ମିଛ ଖବର ପ୍ରଚାର କରିଥିଲେ ଏହି ଅଭିଯୁକ୍ତ ଜଣକ। ଏନେଇ ଘଟଣାର ତଦନ୍ତ କରିବା ପରେ ଫେକ୍‌ ନ୍ୟୁଜ୍‌  କରିଥିବା ବ୍ୟକ୍ତି ଓ ୧୦ ଜଣଙ୍କୁ ପୁଲିସ୍‌‌ ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ

You might also like