କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ରାୟଗଡ଼ା(ମନୋଜ ପାତ୍ର): ସୋଶାଲ୍ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟନାରାୟଣ ସାମଲ।

ରାୟଗଡ଼ାରେ ଜଣେ କରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ସତ୍ୟନାରାୟଣ ସୋଶାଲ୍‌ ମିଡିଆରେ ମିଥ୍ୟା ତଥା ଗୁଜବ ପ୍ରଚାର କରିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ଏକ ଗୁଜବ ଖବର ଜଣାପଡ଼ିବା ପରେ ଏହି ଘଟଣାରେ ପୁଲିସ୍‌ ସତ୍ୟନାରାୟଣଙ୍କୁ ଗିରଫ କରିଥିଲା।

ଏ ସଂକ୍ରାନ୍ତରେ ସତ୍ୟନାରାୟଣ କହିଛନ୍ତି, ଏହାକୁ ସେ ପ୍ରଥମେ ସୋଶାଲ ମିଡିଆରେ ପୋଷ୍ଟ କରି ନାହାନ୍ତି। ତାଙ୍କ ହ୍ୱାଟ୍ସ ଆପ୍‌କୁ ଏହି ମେସେଜ ଆସିଥିଲା। ଭବିଷ୍ୟତରେ ଯେଭଳି କେହି ଏଥିରେ ଆକ୍ରାନ୍ତ ନ ହୁଅନ୍ତୁ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ସେ ଏହି ମେସେଜକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି।

You might also like