ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଅନୁଗୁଳ କୋଲିୟରୀ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଅନୁଗୁଳ ନୂଆଁହତା ଗାଁର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଗିରଫ ଯୁବକ ଜଣକ ନିଜ ଫେସବୁକ୍ ଆକାଉଣ୍ଟରେ ଗୁଜବ ପ୍ରଚାର କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା।

ଏହି ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଉତ୍ତର-କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ସୂଚନା ଦେଇଛନ୍ତି। ଏହାସହ ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ ରହିବା ସହ ଗୁଜବ ପ୍ରଚାର ନ କରିବାକୁ ଉତ୍ତର-କେନ୍ଦ୍ରାଞ୍ଚଳ IG ନିବେଦନ କରିଛନ୍ତି।

You might also like