କରୋନାକୁ ନେଇ ଗୁଜବ ପ୍ରଚାର କରୁଥିଲେ, ଧରିଲା ପୁଲିସ୍
ଉମରକୋଟ: ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଭାରସୁଣ୍ଡି ଗାଁର ମିଥୁନ ହାଲଦାର।
ମାଂସରେ କରୋନା ଭାଇରସ୍ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଗୁଜବ ଭିଡିଓ ପ୍ରଚାର କରିଥିଲେ ମିଥୁନ। ଏହା ଜଣାପଡ଼ିବା ପରେ ରାଇଘର ପୁଲିସ୍ ତାଙ୍କୁ ଗିରଫ କରିଥିଲା।
ସୂଚନାଥାଉ କି, କିଛିଦିନ ତଳେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଅନୁଗୁଳ କୋଲିୟରୀ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଥିଲା।