ଭୁବନେଶ୍ୱରରୁ ବସ୍ ଚୋରି କରି ପଳାଉଥିଲେ, କଟକରେ ଧରାପଡିଲେ

କଟକ: ଭୁବନେଶ୍ୱରରୁ ବସ୍ ଚୋରି କରି ପଳାଉଥିବା ବେଳେ କଟକରେ ଧରାପଡିଲା ଚୋର। ବାଟରେ ପୋଲିସ୍‌କୁ ଚକ୍‌ମା ଦେବାପାଇଁ ଅନେକ ପ୍ରୟାସ କରିଥିଲା ଲୁଟେରା ଜଣକ, ହେଲେ ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଗଲେ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଲୁଟେରା ଭୁବନେଶ୍ୱର ଖଣ୍ଡଗିରିରୁ ଏକ ବସ୍‌ ଚୋରି କରି ଦ୍ରୁତ ଗତିରେ କଟକ ଅଭିମୁଖେ ଖସି ପଳାଉଥିବା ବେଳେ ପୋଲିସ୍‌ ବସ୍‌କୁ ପିଛା କରିଥିଲା। ଏହି ସମୟରେ ଲୁଟେରା ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଇ ପୋଲିସ୍‌କୁ ଚକ୍‌ମା ଦେବାପାଇଁ ପ୍ରୟାସ କରିଥିଲା। ହେଲେ ପୋଲିସ୍‌ ଲୁଟେରାକୁ ପିଛା କରିବା ସେଇ ରାସ୍ତାରେ ପଡ଼ୁଥିବା ସମସ୍ତ ଥାନାକୁ ଏସମ୍ପର୍କରେ ଜଣାଇଥିଲେ।

କଟକ ଚାଉଳିଆଗଞ୍ଜ ଥାନାକୁ ମଧ୍ୟ ପୋଲିସ୍‌ ଏସମ୍ପର୍କରେ ଜଣାଇଥିଲେ। ଖବରପାଇ ଚାଉଳିଆଗଞ୍ଜ ପୋଲିସ୍‌ NH-16 ଉପରେ ଟ୍ରକ୍‌ ରଖି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଖସି ପଳାଇବାକୁ ଉଦ୍ୟମ କରିଥିବା ଲୁଟେରା ଜଣକ ଚଳାଉଥିବା ବସ୍‌ଟି ଟ୍ରକ୍‌ ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶେଷରେ ପୋଲିସ୍‌ ହାତରେ ଲୁଟେରା ଜଣକ ଧରାପଡ଼ିଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

You might also like