ଭୁବନେଶ୍ୱର: ପୋଲିସ୍ ହାତରେ ଧରାପଡ଼ିଲେ ନକଲି ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର କହି ଚିକିତ୍ସା କରିବା ସହ ଘରେ ପଶି ଲୁଟ୍ କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍ ଗିରଫ କରିଛି। ଗିରଫ ନକଲି ଡାକ୍ତରଙ୍କ ନାଁ ସୂର୍ଯ୍ୟକାନ୍ତ ପଲେଇ। ପୁରୀ ଜିଲ୍ଲା ବଳଙ୍ଗାରୁ ସେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ଦୀର୍ଘ ୩୩ ବର୍ଷ ଧରି ସୂର୍ଯ୍ୟକାନ୍ତ ଚୋରି କରି ଖସି ଯାଉଥିଲେ। ପୂର୍ବରୁ ମଧ୍ୟ ସେ ଭଦ୍ରକ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ବଳଙ୍ଗାରେ ଲୋକଙ୍କୁ ହୋମିଓପାଥି ମେଡିସିନ୍ ଦେଇ ଆଉ ଏକ ପରିଚୟ ସୃଷ୍ଟି କରିଥିଲେ। ଏହାପରେ ଚିକିତ୍ସା କରିବା ବାହାନାରେ ସେ ଲୋକଙ୍କ ଘରେ ପଶି ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ହେଲେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।