ପ୍ରଧାନମନ୍ତ୍ରୀଙ୍କ ନାଁରେ ମିଛ ଖବର ପ୍ରଚାର କରି ବନ୍ଧା ହେଲେ ୪ ଯୁବକ

ପାଟକୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ରେ ଆକ୍ରାନ୍ତ ନେଇ ସୋଶାଲ୍ ମିଡିଆରେ ମିଛ ଖବର ପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଛି।

ଏହି ୪ ଜଣ ଯୁବକ ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ସୋଶାଲ ମିଡିଆରେ ମିଛ ଖବର ପ୍ରଚାର କରିଥିଲେ। ଏଭଳି ମିଛ ଖବର ପ୍ରଚାର କରି ଲୋକଙ୍କୁ ଆତଙ୍କିତ କରୁଥିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଛି।

ସେହିପରି କରୋନାକୁ ନେଇ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାରେ ଜଣେ ଯୁବକ ଗିରଫ ହୋଇଛନ୍ତି।

You might also like