ନକ୍ସଲଙ୍କ ନାଁରେ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଯୁବକ ଗିରଫ

ରାୟଗଡ଼ା: ନକ୍ସଲଙ୍କ ନାଁରେ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ରାୟଗଡ଼ା ପୁଲିସ୍‌ ଗିରଫ କରିଛି। ଯୁବକ ଜଣକ ହେଲେ ରାୟଗଡ଼ା ଚାନ୍ଦିଲି ଅଞ୍ଚଳର ଜାଡାଗାଡୁଗୁଲା ବସନ୍ତ।

ବସନ୍ତ ଗୋପାଳ ଇଶ୍ୱର ରାଓ ନାମକ ଜଣେ ଠିକାଦାରଙ୍କୁ ନକ୍ସଲଙ୍କ ନାଁ କହି ଟଙ୍କା ଦେବାକୁ ଦାବି କରି ଚିଠି ପଠାଇଥିଲେ। ଟଙ୍କା ନ ଦେଲେ ମୃତ୍ୟୁଦଣ୍ଡର ଧମକ ମଧ୍ୟ ଦେଇଥିଲେ।

ଏହି ଘଟଣାକୁ ନେଇ ଠିକାଦାର ଥାନାରେ ଅଭିଯୋଗ କରିବା ପରେ, ଯୋଜନା ମୁତାବକ ଟଙ୍କା ଦେବାକୁ ଠିକାଦାର, ଅଭିଯୁକ୍ତକୁ ଘରକୁ ଡାକିଥିଲେ।

ଠିକାଦାର ଟଙ୍କା ଦେବା ସମୟରେ ପୁଲିସ୍‌  ଅଭିଯୁକ୍ତ ବସନ୍ତଙ୍କୁ ଗିରଫ କରିଥିଲା। ବସନ୍ତଠାରୁ ଗୋଟିଏ ଛୁରୀ, ମୋବାଇଲ ଫୋନ ଏବଂ ଗୋଟିଏ ନମ୍ବର ବିହୀନ ମୋଟର ସାଇକେଲ ଜବତ କରାଯାଇଛି। ଏହି ମାମଲାରେ ବସନ୍ତର ଅନ୍ୟ ଜଣେ ସହଯୋଗୀକୁ ପୁଲିସ୍‌ ଖୋଜୁଛି।

You might also like