ଶାଶୁ ହତ୍ୟା ଅଭିଯୋଗରେ ୨ ବୋହୂ ଗିରଫ

ପୁରୀ: ପାରିବାରିକ କଳହର କରୁଣ ପରିଣତି। ଶାଶୁ ହତ୍ୟା ଅଭିଯୋଗରେ ଜେଲ ଗଲେ ଦୁଇ ବୋହୂ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ସୋମେଶ୍ୱରପୁର ଗାଁରୁ। କିଛି ଦିନ ତଳେ ଗାଁର ମିନତୀ ମହାରଣା ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା।

ଏହାର ଠିକ୍‌ ୪ ଦିନ ପରେ ନିଜ ଘର ପଛପଟ ପୋଖରୀରୁ ମିଳିଥିଲା ମିନତୀଙ୍କ ମୃତଦେହ। ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ଦୁଇ ବୋହୂ ସନ୍ଧ୍ୟା ମହାରଣା ଓ ମାନସୀ ମହାରଣାଙ୍କ ଉପରକୁ ସନ୍ଦେହ ଯାଇଥିଲା ପୁଲିସ୍‌ର। 

ପୁଲିସ ସେମାନଙ୍କୁ ଗିରଫ କରି ପୁରୀ କୋର୍ଟରେ ହାଜର କରିଛି।

You might also like