ମାଛ ପାଟି ଭିତରେ ବ୍ରାଉନ୍‌ସୁଗର୍‌ ଚାଲାଣ

ଜଳେଶ୍ୱର: ମାଛ ପାଟି ଭିତରେ ବ୍ରାଉନ୍‌ସୁଗର୍‌ ଚାଲାଣ। ଲକ୍‌ଡାଉନ୍‌ ବେଳେ ଏମିତି ଅଭିନବ ଉପାୟରେ ବ୍ରାଉନ୍‌ସୁଗର୍‌ ଚାଲାଣ କରି ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଜଣେ ଯୁବକ।

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ମାଛ ପାଟି ଭିତରେ ୩ଟି ବ୍ରାଉନ୍‌ସୁଗର୍‌‌ ପୁଡ଼ିଆ ଭର୍ତ୍ତି କରି ଜଳେଶ୍ୱରରୁ ପଶ୍ଚମବଙ୍ଗ ଚାଲାଣ କରୁଥିଲେ। ଏହି ସମୟରେ ଲକ୍ଷ୍ମଣନାଥ ସୀମାରେ ଜଳେଶ୍ୱର ପୁଲିସ୍‌ ତାଙ୍କୁ ଧରିଥିଲା।

ଜବତ ହୋଇଥିବା ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗର୍‌ର‌ ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

You might also like