ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ଗିରଫ

ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଗତ ଅକ୍ଟୋବର ୩୧ ତାରିଖରେ ଏହି ଗଣଦୁଷ୍କର୍ମ ହୋଇଥିଲା।

ଦୁର୍ବୃତ୍ତମାନେ ଚୋରି କରିବାକୁ ଆସି ଘରୁ ୮ ବର୍ଷର ନାବାଳିକାକୁ ଉଠାଇ ନେଇଥିଲେ। ଧାନ ବିଲକୁ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏହାର ତନାଘନା କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୧ଟି ମାମଲା ଥିବା ପୁଲିସ୍‌ ସୂଚନା ଦେଇଛି।

You might also like