ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼

ଜଗତସିଂହପୁର:  ଜଗତସିଂହପୁର ବିରିଡି ବ୍ଲକରେ ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼ ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ଜଣେ ହିତାଧିକାରୀ ଗୁରୁତର ଆହତ ହୋଇଛନ୍ତି।

ଆଜି ବିରିଡି ବ୍ଲକ ଅଞ୍ଚଳର ଫୋନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତହସିଲ ଅଫିସରେ ପଲିଥିନ ବଣ୍ଟନ କରାଯାଉଥିଲା । ସେଠାରେ ବଲିଥିନ୍‌ ନେବାକୁ ଲୋକଙ୍କ ଭିଡ  ଓ ଠେଲାପେଲା ନିୟନ୍ତ୍ରଣ ପାଇଁ ପୋଲିସ ଉପସ୍ଥିତ ଥିଲା। ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍‌ ସେମାନଙ୍କ ଉପରେ ଲାଠିମାଡ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିରେ କଇଜଙ୍ଗା ଗାଁର ପ୍ରମୋଦ ମୁଦୁଲି ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କ ବେକ ଓ ଅଣ୍ଟାରେ ଆଘାତ ଲଗିଛି।

ଘଟଣାସ୍ଥଳରେ SDPO ପହଞ୍ଚି ତାଙ୍କୁ ମେଡିକାଲକୁ ପଠାଇଥିଲେ। ଉତ୍ତ୍ୟକ୍ତ ଲୋକେ ପ୍ରାୟ ୩ ଘଣ୍ଟା ଧରି ସେଠାରେ ନାରାବାଜି କରିଥିଲ। ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି।୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 

You might also like