କୋରାପୁଟ: ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ୭ କିମି ପରିବ୍ୟାପ୍ତ ଅଞ୍ଚଳ ବଫର ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପ୍ରକାଶଥାଉକି, ରାଜ୍ୟରେ ଆଜି ଗୋଟିଏ ଦିନରେ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା, ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଥିଲା।
କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି।