ଅନୁଗୋଳ (ବିରଜା ଦାଶ): ଜଣେ ନାବାଳିକା ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ‘ପକ୍ସୋ’ କୋର୍ଟ। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହି ମାମଲାର ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।
ଏମିତି ଥିଲା ଘଟଣା
ଜାନୁଆରୀ ୨୦ ତାରିଖରେ ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା। ନାବାଳିକାକୁ ଏକୁଟିଆ ପାଇ ଅଭିଯୁକ୍ତ ଅନାମ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏଥିରେ ନାବାଳିକା ପ୍ରତିବାଦ କରିବାରୁ ଅଭିଯୁକ୍ତ ତାକୁ ମାଡ଼ ମାରିଥିଲା। ପରେ ପଥରରେ ଛେଚି ଅତି ନୃଶଂସ ଭାବେ ସେଇ ଝିଅଙ୍କୁ ହତ୍ୟା କରିଥିଲା।
ନାବାଳିକାକୁ ହତ୍ୟା କରିବା ପରେ ଅନାମ ଗାଁରୁ ପଳାଇ ଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଶେଷରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ଅନୁଗୋଳ ପୁଲିସ ୪ଟି ଟିମ୍ ଗଠନ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ଅଭିଯୁକ୍ତକୁ କୋଲକତାରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।