ବାଘ ଶିକାରୀ ଗିରଫ

ଆଠଗଡ଼: ଆଠଗଡ଼ ବନଖଣ୍ଡ ନରସିଂହପୁର ଅଞ୍ଚଳରୁ ଜଣେ ବାଘ ଶିକାରୀ ଗିରଫ ହୋଇଛି। ବନବିଭାଗ ଶିକାରୀ ପାଖରୁ ଏକ କଲରାପତରିଆ ବାଘର ଛାଲ ସମେତ ଏକ ବନ୍ଧୁକ ଜବତ କରିଛି।

ତେବେ ବାଘ ଛାଲଟି ପ୍ରାୟ ଏକ ବର୍ଷ ତଳର ଥିବା ବୋଲି ଜଣାପଡ଼ିଛି। ଗିରଫ ଶିକାରୀ ଜଣକ ହେଲେ ନରସିଂହପୁର ପାତ୍ରଭାଗ ଗାଁର ଇଚ୍ଛାନନ୍ଦ ଜାନୀ।

ସେ ଅନେକ ବନ୍ୟଜନ୍ତୁ ଶିକାରରେ ସାମିଲ ଥିବା ଜଣାପଡ଼ିଛି।

ଗତ କିଛି ଦିନ ତଳେ ନରସିଂହପୁର ଅଞ୍ଚଳରୁ ଆଠଗଡ଼ ବନଖଣ୍ଡ ଅଧିକାରୀ ଜଣେ ହାତୀ ଶିକାରୀକୁ ଗିରଫ କରିଥିଲେ।

You might also like