• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାରିପଦା : ଗରିବଙ୍କୁ ଘର ଦେଇ ବାହାବା ନେବାର ପ୍ରତିଯୋଗିତାରେ ଟୁଇଷ୍ଟ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ତିଅାରି କରିବାରେ ରାଜ୍ୟର ପାରିବାପଣିଅା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି କେନ୍ଦ୍ର  ତିନି ବର୍ଷ ପାଇଁ ରାଜ୍ୟକୁ ଦିଅାଯାଇଥିବା ଟାର୍ଗେଟର ମାତ୍ର ଅଧାପୂରଣ ହୋଇଛି।

ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗାର ଲାଭାରା ହେମ୍ବ୍ରମ୍ବ । ୭ ଜଣିଆ ପରିବାରର ଅାଶ୍ରା ହେଉଛି ଏ ଛୋଟ ଟାଇଲ ଛପର ଭଙ୍ଗା ଦଦରା ଘର। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘରଟିଏ ପାଇଁ ଅାବେଦନ କରିବାର ୪ ବର୍ଷ ପରେ ବି ତାଙ୍କୁ ଘର ମିଳୁନାହିଁ।

ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ଖେରଙ୍ଗର ହଗୁରୀ ମାଝିଙ୍କ ଦୁଃଖ ଟିକେ ଅଲଗା। ଆବାସ ଯୋଜନାରେ ଘର ପାଇଁ ପ୍ରଥମ କିସ୍ତିରେ ପାଇଥିଲେ ୨୦ ହଜାର ଟଙ୍କା। ହେଲେ ଦ୍ୱିତୀୟ କିସ୍ତି ପାଇଁ ପଞ୍ଚାୟତରୁ ବ୍ଲକ୍‌ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସିନା ହେଲେ ଟଙ୍କା ମିଳୁନି। ଗାଁର ୨୬ ଟି ପରିବାରର ଏବେ ସମାନ ଦଶା।

ଏପଟେ ରାଜ୍ୟ ସରକାରଙ୍କ ଦାବି ହେଉଛି ଗରିବଙ୍କ ପାଇଁ ଗତ ୪ ବର୍ଷରେ ତିଅାରି କଲେଣି ୧୮ ଲକ୍ଷ ୭୫ ହଜାର ଘର। ଏଥିରୁ କେବଳ ଇନ୍ଦିରା ଅାବସ ଓ ପ୍ରଧାନମନ୍ତ୍ରୀ ଅାବାସରେ ହୋଇଛି ୧୫ ଲକ୍ଷ ୯୨ ହଜାର ଘର। କିନ୍ତୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କ ଚିଠି କହୁଛି କିଛି ଭିନ୍ନ କଥା। ରାଜ୍ୟକୁ ତିନିବର୍ଷରେ ୯ ଲକ୍ଷ ୯୨ ହଜାର ଘର ତିଅାରି ପାଇଁ ଟାର୍ଗେଟ୍ ଦିଅାଯାଇଥିବା ବେଳେ ରାଜ୍ୟ କରିଛି ୪ ଲକ୍ଷ ୯୬ ହଜାର ଘର। ବାକି ୪ ଲକ୍ଷ ୯୬ ହଜାର ଘରକୁ ଡିସେମ୍ବର ସୁଦ୍ଧା ସାରିବାକୁ କହିଛି କେନ୍ଦ୍ର। ଦିନକୁ ୨ ହଜାର ୭୫୫ ହିସାବରେ ମାସକୁ ୮୨ ହଜାର ୬୬୧ ଘର ତିଅାରି କରିବାକୁ କହିଛି କେନ୍ଦ୍ର।

ଏହା ବାଦ ଘର ତିଅାରି ପାଇଁ ବିଭିନ୍ନ କିସ୍ତିରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ଟଙ୍କା ଦେଉ ନଥିବା ତଥ୍ୟ ମଧ୍ୟ ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ। ରାଜ୍ୟ କିନ୍ତୁ କେନ୍ଦ୍ରର ଏ ତଥ୍ୟକୁ ଗ୍ରହଣ କରୁନି। ପଞ୍ଚାୟତରାଜ୍‌ ମନ୍ତ୍ରୀଙ୍କ ଯୁକ୍ତି କେନ୍ଦ୍ର ମିଛ ତଥ୍ୟ ଦେଉଛି।

ଏଠି ପ୍ରଶ୍ନ ଉଠୁଛି କିଏ ସତ କହୁଛି? କେନ୍ଦ୍ର ନା ରାଜ୍ୟ ସରକାର? ୪ ବର୍ଷରେ କେବଳ ୧୭ ଲକ୍ଷ ବିଜୁ ପକ୍କାଘର କରିଥିବା ଦାବି କରି ସରକାର ଲଗାଇଥିବା ହୋର୍ଡିଂକୁ ନେଇ ବିବାଦ ଉପୁଜିଥିଲା। ଏମିତିକି ଏହାର ତଦନ୍ତ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Pmay-politics-in-baripada
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories