ମୋଦିଙ୍କ ଫୋକସ୍‌ରେ ଓଡ଼ିଶା; କାଲି ପୁଣି ଆସିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ।

ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଟ୍ ଲାଇନ୍‌, ପାର୍କିଂ, କାର୍‌କେଡ୍‌ ଓ ମିଟିଂ ସ୍ଥଳର ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ୍‌ କମିଶନର ଓ ଡିସିପି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି।

You might also like