• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବଲାଙ୍ଗିର: ବିଜେପିର ଫୋକସ୍‌ରେ ଓଡ଼ିଶା। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗତ ଡିସେମ୍ବର ମାସ ୨୪ ତାରିଖ ଓ ଚଳିତ ବର୍ଷ ଜାନୁଆରୀ ମାସ ୫ ତାରିଖରେ  ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁଣି ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୋଦି ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ମଧ୍ୟ ଶୁଭାରମ୍ଭ କରିବେ। ସେହିପରି ଝାରସୁଗୁଡ଼ାରେ ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍‌ସ୍‌ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍‌ ଓ ସମ୍ବଲପୁର-ଅନୁଗୁଳ ରେଳ ଲାଇନ୍‌ର ବିଦ୍ୟୁତୀକରଣକୁ ପ୍ରଧାମନନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ସେହିପରି ମୋଦି ବରପାଲି-ଡୁଙ୍ଗୁରିପାଲି ଓ ବଲାଙ୍ଗିର-ଦେଓଗାଁ ରୋଡ୍‌ ରେଳ ଲାଇନ୍‌ର ଦୋହରୀକରଣର ମଧ୍ୟ ଉଦ୍‌ଘାଟନ କରିବେ। ଏଥିସହ ଥେରୁବାଲି-ସିଙ୍ଗାପୁର ରୋଡ୍‌ ଷ୍ଟେସନ୍‌ ମଧ୍ୟରେ ୫୮୮ ନମ୍ବର ବ୍ରିଜର ଲୋକାର୍ପଣ ମଧ୍ୟ କରିବେ ମୋଦି।

ବଲାଙ୍ଗିର ରେଳଷ୍ଟେସନ୍‌ ନିକଟରେ ଥିବା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଏହି ସବୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଏଥିସହ ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ଗସ୍ତ ସମୟରେ ଆହୁରି ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏହା ପରେ ବଲାଙ୍ଗିରର ପଥରଚେପାରେ ଦଳୀୟ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଆଜି ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିରକୁ ହେଲିକପ୍ଟର ଯୋଗେ ସକାଳ ୧୦ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

 

Pm-modi-to-visit-odisha-today-3
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories