ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍‌କୁ ଯିବେ।

ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ମୋଦି। ଯେଉଁଥିରେ ୪ ହଜାର ୩୬୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି। ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ESIC ହସ୍ପିଟାଲ୍‌ର ଉଦ୍‌ଘାଟନ ଓ ପାରାଦୀପ- ହାଇଦ୍ରାବାଦ୍‌ ଉତ୍ପାହ ପାଇପ୍‌ଲାଇନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ଏହାପରେ ପ୍ରାୟ ୨ଟା ୩୦ରେ ବରୁଣେଇ ପାହଡ ତଳେ ଗୋଶାଳା ପଡ଼ିଆରେ ଜନ ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି।  ସେଠାରୁ ଫେରି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯିବେ।

ସେପଟେ ଆସନ୍ତା ୧୬ରେ ବି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୬ରେ ତାଙ୍କର ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଗତକାଲି ସୂଚନା ଦେଇଥିଲେ। ସେହିପରି ଆସନ୍ତା ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି।

You might also like