୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ରାଜ୍ୟବାସୀଙ୍କୁ ସେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉପହାର ଦେବେ। ଏନେଇ ଆଜି ଦିଲ୍ଲୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ମୋଦି ୨୦୦ ଟଙ୍କିଆ ମୁଦ୍ରାକୁ ଲୋକାର୍ପଣ କରିବେ।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଚେୟାର୍‌ ସ୍ଥାପନ କରିବା ସହ ଅଧିକ ଗବେଷଣା ପାଇଁ ୫ କୋଟିର କର୍ପସ ଫଣ୍ଡ୍ ଘୋଷଣା କରିବେ ମୋଦି। ତା’ସହ ଭୁବନେଶ୍ୱର IIT କ୍ୟାମ୍ପସର ଲୋକାର୍ପଣ ସହ ବୋକାରୋ-ଅନୁଗୁଳ ଗ୍ୟାସ୍ ପାଇପ୍ ଲାଇନ୍ ଓ ପାରାଦୀପ-ହାଇଦ୍ରାବାଦ ଆଇଓସିଏଲ୍ ପାଇପ ଲାଇ‌ନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

You might also like