• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବଲାଙ୍ଗିର: ବାରିପଦା ପରି ବଲାଙ୍ଗିରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ନରମ। ରାଜ୍ୟ ସରକାର ଓ ବିଜେଡି ପ୍ରତି ତାଙ୍କ ଆଭିମୁଖ୍ୟ ଅପେକ୍ଷାକୃତ ଭାବେ ନରମ ରହିଛି।

ବିଜେପି ଦ୍ୱାରା ଆୟୋଜିତ ଜବାବ ମାଗୁଛି ଓଡ଼ିଶା ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି, ଗତ ଥରର କେନ୍ଦ୍ର ସରକାର ଅପେକ୍ଷା ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି।  କିନ୍ତୁ ଓଡ଼ିଶା ସରକାର ସେହି ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି।  କଟାକ୍ଷ କରି ସେ କହିଛନ୍ତି, ‘ଏଠାକାର ସରକାରଙ୍କୁ କ’ଣ ହୋଇଛି, ତାହା ଜଣାପଡୁନି। ଓଡ଼ିଶା ସରକାର ଶୋଇଛନ୍ତି’।

ଆହୁରି ମଧ୍ୟ ସେ କହିଛନ୍ତି, ନିର୍ବାଚନକୁ ଅପେକ୍ଷା ନ କରି ଲୋକଙ୍କ ସେବାରେ ଅର୍ଥ ଖର୍ଚ୍ଚ କରନ୍ତୁ ରାଜ୍ୟ ସରକାର । ଗତ ମାସେ ଭିତରେ ଓଡ଼ିଶାକୁ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଦିଆଯାଇଥିବା ସେ ମନେପକାଇ ଦେଇଛନ୍ତି।  ବିଜେଡି ସରକାରକୁ ଆକ୍ରମଣ କରିନଥିଲେ ମଧ୍ୟ ପରୋକ୍ଷରେ ପୂର୍ବର ୟୁପିଏ ସରକାରଙ୍କୁ ସେ ଟାର୍ଗେଟ କରିଥିଲେ।

ଏଥିସହ ପ୍ରଧାନମନ୍ତ୍ରୀ ମୋଦି ରାସନକାର୍ଡ ଦୁର୍ନୀତି କଥା ମଧ୍ୟ ଉଠାଇଥିଲେ। ସେ କହିଥିଲେ, ତାଙ୍କ ସରକାର ୯୦ ହଜାର କୋଟି ଟଙ୍କାର ଦୁର୍ନୀତିକୁ ରୋକିଛନ୍ତି। ନକଲି ରାସନକାର୍ଡ ବନ୍ଦ ହେବାରୁ ଅସାଧୁଙ୍କ ରୋଜଗାର ବନ୍ଦ ହୋଇଛି।  ଯେଉଁମାନଙ୍କ ରୋଜଗାର ବନ୍ଦ ହୋଇଛି, ସେମାନେ ଏବେ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି।  ସେହି ଅସାଧୁଙ୍କୁ ଜେଲ୍ ପଠାଇବା ଆମର ପ୍ରଥମ କାମ। ଏହି ଅବସରରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।

Pm-modi-targets-state-govt
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories