‘ନବୀନ ବାବୁ ଆପଣ ବିଦା ହେଉଛନ୍ତି, ଆପଣଙ୍କ ଯିବା ନିଶ୍ଚିତ’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ନିର୍ବାଚନୀ ସଭାରେ ସେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେଇ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଓ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ଆସିବ ବୋଲି ପ୍ରଧାନମନ୍ତ୍ରୀ  ମୋଦି କହିଥିଲେ।

ମୋଦି କହିଛନ୍ତି, ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ମୁଁ ମର୍ଯ୍ୟାଦା ପାଳନ କରିଥିଲି। ନବୀନ ବାବୁଙ୍କ ସମାଲୋଚନା କରିନଥିଲି। ଏଥିପାଇଁ କରିନଥିଲି, କାରଣ ମୁଁ ଚାହୁଁଥିଲି ଓଡ଼ିଶାରେ ନବୀନ ବାବୁ ଏତେ ବର୍ଷ କାମ କଲେଣି, ତେଣୁ ତାଙ୍କ ବିଦାୟ ବି ଭଲରେ ହେଉ। ଅପମାନିତ ହୋଇ ସେ ନ ଯାଆନ୍ତୁ, ତାଙ୍କର ସମ୍ମାନ ପାଇଁ ଚୁପ୍‌ ରହିଥିଲି। କିନ୍ତୁ ଗଲା ୧୦/୧୨ ଦିନ ମଧ୍ୟରେ ରାଜ୍ୟରେ ହିଂସା ଚାଲିଛି ଓ ତାଙ୍କର କିଛି ହାତଗଣତି ଅଫିସର ଏହି ଖେଳକୁ ଖେଳିବା ପାଇଁ ଆଖିରେ ପଟି ବାନ୍ଧି ବସିଛନ୍ତି। ନବୀନ ବାବୁଙ୍କୁ କହୁଛି, ଆପଣ ବିଦା ହେଉଛନ୍ତି, ଆପଣଙ୍କ ଯିବା ନିଶ୍ଚିତ। କିଛି ହାତଗଣତି ଅଫିସର ଆପଣଙ୍କୁ ରକ୍ଷା କରିପାରିବେନି।

ଏଥିସହ ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ ବୋଲି ମୋଦି କହିଥିଲେ।

You might also like