ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସମର୍ଥନରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ୍ ଆନିମେସନ୍। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଓ ସଫେଇ କର୍ମଚାରୀଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରି ସୁଦର୍ଶନ ଏକ ସୁନ୍ଦର ଭିଡିଓ ପ୍ରସ୍ତୁତ କରି ଟ୍ୱିଟ୍ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପ୍ତପଦୀ ମନ୍ତ୍ରକୁ ପାଳନ କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ସୁଦର୍ଶନ।
Innovative way to share the message. https://t.co/oD5miaoFKB
— Narendra Modi (@narendramodi) April 16, 2020
ତାଙ୍କର ଏହି ଟ୍ୱିଟ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ସଚେତନତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ଅଭିନବ ଉପାୟ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।