ଭୁବନେଶ୍ୱର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭେରି ଗୁଡ୍‌ କହିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭାରତ ପେଟ୍ରୋଲିୟମ୍ ରିଟେଲ୍ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ମଚାରୀମାନେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନ୍‌ଡୋଡ୍ କରିଥିବା ବିପିସିଆର୍ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା। ପ୍ରଧାନମନ୍ତ୍ରୀ ବିପିସିଆର୍ ଟ୍ୱିଟ୍‌କୁ ରିଟ୍ୱିଟ୍ କରି ଏହାକୁ ପ୍ରଶଂସା କରିବା ସହ ଭେରିଗୁଡ୍ ବୋଲି ଲେଖିଛନ୍ତି। କର୍ମଚାରୀମାନେ ମାସ୍କ ପିନ୍ଧିଥିବାରୁ ଏଭଳି ସତର୍କ ରହିବା ଜରୁରୀ ବୋଲି ମୋଦି କହିଛନ୍ତି।

ପ୍ରକାଶ ଥାଉକି, ଆଜି ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଏପ୍ରିଲ୍‌ ୧୪ରେ ଲକ୍‌ଡାଉନ୍‌ର ଅବଧି ସରୁଥିଲା। କିନ୍ତୁ କେତେକ ରାଜ୍ୟ ଓ ଏନ୍ୟ ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ଲକ୍‌ ଡାଉନ୍‌ ତାରିଖ ଘୁଞ୍ଚା ଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ତେବେ ପ୍ରଧାମନ୍ତ୍ରୀଙ୍କ ଘୋଷଣା ପୂର୍ବରୁ ଏପ୍ରିଲ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଲକ୍‌ ଡାଉନ୍‌ ବଢ଼ାଇଥିଲେ। ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ ଥିଲା ଓଡ଼ିଶା।

 

You might also like