ଫେବ୍ରୁଆରୀ ୨ ଓ ୩ ତାରିଖରେ ହେବ ଅନୁସୂଚିତ ଜନଜାତି ମହାସମାବେଶ : ଜୁଏଲ ଓରାମ

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ହେବ ଅନୁସୂଚିତ ଜନଜାତି ମହାସମାବେଶ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ।

ସମାବେଶରେ ସାରା ଦେଶରୁ ୫ ହଜାର ଅତିଥି ଯୋଗଦେବେ। ୩ ତାରିଖରେ ୧ ଲକ୍ଷ ଆଦିବାସୀଙ୍କୁ ନେଇ ରାଲି କରାଯିବ। ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଜୁଏଲ୍ କହିଛନ୍ତି ରାଜ୍ୟ ସରକାର ଆଦିବାସୀଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି। ଆଦିବାସୀ ପଟ୍ଟା ପାଇଛନ୍ତି; ଜମି ପାଉ ନାହାନ୍ତି।  ଜାତିଗତ ପ୍ରମାଣପତ୍ର ଦେବାରେ ହଇରାଣ କରୁଛନ୍ତି।

ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଦାବି କେବଳ ତାମସା ବୋଲି ସେ କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି।

 

 

You might also like