• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବାରିପଦା : ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ସଭା। ବାରିପଦାର ପୁଲିସ୍ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ।

IOCL ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍ ଲାଇନ୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେହିପରି ଚିଲିକିଦରା-ଶଗଡ଼ପଟା ଏବଂ ନରଣପୁର-ବସନ୍ତପୁର ରେଳ ଲାଇନ୍‌ର ଦୋହରୀକରଣ ଏବଂ ବାଲେଶ୍ୱରସ୍ଥିତ ମଲ୍‌ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କକୁ ମଧ୍ୟ ଲୋକାର୍ପଣ କରିଛନ୍ତି।

ଏହା ବ୍ୟତୀତ ଟାଟାନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ପାସେଞ୍ଜର୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେହିପରି ହରିପୁରଗଡ଼ର ପ୍ରାଚୀନ ଦୁର୍ଗ ଏବଂ ମୟୂରଭଞ୍ଜ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଏବଂ ରାଜ୍ୟର ୬ଟି ସ୍ଥାନରେ ଡାକଘରେ ପାସପୋର୍ଟ ସେବା କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

NH ୨୧୫ ଓ ୬ର କିଛି ଅଂଶର ଫୋର୍ ଲେନ୍ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଂଜ ସାଂସଦ ରାମଚନ୍ଦ୍ର ହାଂସଦା ପ୍ରମୁଖ ଉପସ୍ଥିତ ଥିଲେ।

Pm-modi-launches-projects-worth-rs-4500-crore-in-odisha-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories