• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିରରେ ପ୍ରାୟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିଥିଲେ।

ବଲାଙ୍ଗିର ରେଳଷ୍ଟେସନ୍‌ ନିକଟରେ ଥିବା ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ବଲାଙ୍ଗିର ପଟୁ ରେଳ ଚଳାଚଳ ଆରମ୍ଭ ହୋଇଛି।

ଏଥିସହ କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଫୁଲବାଣୀ, ବରଗଡ଼ ଓ ବଲାଙ୍ଗିରରେ ନୂଆ ପାସ୍‌ପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରଛନ୍ତି ମୋଦି।

ଏତଦ୍‌ବ୍ୟତୀତ ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍‌ସ୍‌ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍‌ ଓ ସମ୍ବଲପୁର-ଅନୁଗୁଳ ରେଳ ଲାଇନ୍‌ର ବିଦ୍ୟୁତୀକରଣକୁ ଲୋକାର୍ପଣ, ବରପାଲି-ଡୁଙ୍ଗୁରିପାଲି ଓ ବଲାଙ୍ଗିର-ଦେଓଗାଁ ରୋଡ୍‌ ରେଳ ଲାଇନ୍‌ର ଦୋହରୀକରଣ, ଥେରୁବାଲି-ସିଙ୍ଗାପୁର ରୋଡ୍‌ ଷ୍ଟେସନ୍‌ ମଧ୍ୟରେ ୫୮୮ ନମ୍ବର ବ୍ରିଜର ଲୋକାର୍ପଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ।

Pm-modi-inaugurates-projects-worth-rs-1545-crore-in-odisha-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories