ମହାନଦୀ ପୋଲ ଉପରୁ ବସ୍ ଖସି ପଡ଼ିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
କଟକ/ନୂଆଦିଲ୍ଲୀ: ମହାନଦୀ ପୋଲ ଉପରୁ ବସ୍ ଖସି ପଡ଼ିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।
Condolences to those who lost their loved ones due to the bus accident in Cuttack, Odisha. May the injured recover at the earliest: PM @narendramodi
— PMO India (@PMOIndia) 21 November 2018
ଗତକାଲି ସନ୍ଧ୍ୟାରେ ଏକା ଯାତ୍ରୀବାହୀ ବସ୍ ତାଳଚେରରୁ କଟକ ଆସିବାବେଳେ ଦୁର୍ଘଟଣା ଘଟିଥିଲା। ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବାପରେ ୩୦ ଫୁଟ ତଳକୁ ଖସି ପଡିଥିଲା ବୋଲି ଜଣାପଡ଼ିଛି।
ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଅନ୍ଧକାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଉଦ୍ଧାର କାର୍ଯ୍ୟରେ ୨ଟି ପାଓ୍ୱାର୍ ବୋଟ୍ ମଧ୍ୟ ନିୟୋଜିତ ହୋଇଥିଲା। ବସ୍ଟି ଓଲଟି ପଡ଼ି ଥିବାରୁ ଭିତରେ ଥିବା ମୃତାହତ ଯାତ୍ରୀମାନଙ୍କୁ ବାହାର କରିବା ମଧ୍ୟ ବେଶ୍ ଚ୍ୟାଲେଞ୍ଜିଂ ଥିଲା।