ବିଜେପିର ଭର୍ଚୁଆଲ ରାଲିରେ ଧର୍ମେନ୍ଦ୍ର କହିଲେ ହିସାବ ଦେଇଥିବାରୁ ମୋଦିଙ୍କୁ ଆଶୀର୍ବାଦ ମଳିଲା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ଅବସରରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳି ଯାଇଛି। ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଆସିଲେ ବର୍ଷୱାରୀ ହିସାବ ଦେବି। ବର୍ଷୱାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି। ସେଥିପାଇଁ ମୋଦିଙ୍କ ତରଫରୁ ଅମିତ ଶାହା ହିସାବ ଦେବାକୁ ଆସିଛନ୍ତି। ପୂର୍ବ ଭାରତକୁ ଅନ୍ୟ ଅଞ୍ଚଳ ସହ ସମକକ୍ଷ କରିବାକୁ ମୋଦି ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ପୂର୍ବ ଭାରତ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଏଥିସହିତ ବିରୋଧୀଙ୍କୁ ତେର୍ଛା ବାଣମାରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଟଙ୍କା କଣ ଗଛରେ ଫଳେ ବୋଲି କହିବା ସହିତ ଏବେ ପ୍ରଧାନମନ୍ତ୍ରୀ ମୋଦି ଛୁଟି ଦିନରେ ବି ୫ଶହ କୋଟି ଦେଇଦେଲେ ବୋଲି ଧର୍ମେନ୍ଦ୍ର କହିଥିଲେ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ମାଆମାନେ ବିଶେଷ ଲାଭାନ୍ୱିତ ହୋଇଛନ୍ତି। ଓଡ଼ିଶାର ୪୦ ଲକ୍ଷ ମାଙ୍କ ଖାତାକୁ ୩ ମାସରେ ଦେଢ଼ ହଜାର ଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

You might also like