ମୋଦି ବନାମ ନବୀନ: ଖୋର୍ଦ୍ଧାରେ ନରମ ବାରିପଦାରେ…

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ହେବ ଦୁଇ ଦୁଇଟି ମେଗା ସୋ । ଗୋଟିଏ ପଟେ ବାରିପଦା ଆସିବେ ମୋଦି ତ ଅନ୍ୟପଟେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି।

ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି କ୍ୟାମ୍ପ୍। ବାରିପଦା ସ୍ୱାଭିମାନ ସମାବେଶ ପାଇଁ ଛଉ ପଡ଼ିଆରେ ବିରାଟ ଆୟୋଜନ ହୋଇଛି। ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳକୁ ଯାଇ ଆୟୋଜନର ଅନୁଧ୍ୟାନ କରିଛନ୍ତି।

ଅନ୍ୟପଟେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି ବାରିପଦାରେ ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ତେବେ ବାରିପଦାରେ ନିଜ ଭାଷଣରେ ମୋଦି କ’ଣ କହିବେ ତାକୁ ନେଇ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି।

କାରଣ ଖୋର୍ଦ୍ଧା କାର୍ଯ୍ୟକ୍ରମରେ ଶାସକ ବିଜେଡି ପ୍ରତି ଅପେକ୍ଷାକୃତ ନରମ ଆଭିମୂଖ୍ୟ ଦେଖାଇଥିଲେ ମୋଦି। ତେବେ ମୋଦି ଆସିବା ପୂର୍ବରୁ ଆଜି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ପଚାରିଥିବା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ଅଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ପୁରୀର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି।

ମୋଦିଙ୍କ ଗସ୍ତକୁ କାଉଣ୍ଟର୍ କରିବା ଲାଗି ବିଜେଡି ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବ। ସିଡ୍ ମନି ବାବଦକୁ ମହିଳା SHGଗୁଡ଼ିକୁ ନବୀନ ୧୫ ହଜାର ଓ ସ୍ମାର୍ଟ ଫୋନ୍ ପାଇଁ ୩ ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ।

ଏଥିସହିତ ଜିଲ୍ଲାର ୧୧ଟି ଫେଡେରେସନ୍ ଓ ପୌରାଞ୍ଚଳରେ ଗୋଟିଏ ଫେଡେରେସନ୍ ପାଇଁ ୨୫ ଲକ୍ଷ ଆର୍ଥିକ ସହାୟତା ଦେବେ ନବୀନ। ତେବେ ମୋଦିଙ୍କ ସମାବେଶକୁ କାଉଣ୍ଟର୍ କରିବା ଲାଗି ଏହି କାର୍ଯ୍ୟକ୍ରମ ନୁହେଁ ବୋଲି ବିଜେଡି ସଫେଇ ଦେଇଛି।

ଅନ୍ୟପଟେ ଗୋଟିଏ ଦିନରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ସମାଲୋଚନା କରିଛି କଂଗ୍ରେସ। ଉଭୟଙ୍କ ମଧ୍ୟରେ ସଲାସୁତରା ଅଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆସନ୍ତାକାଲି ପରେ ପୁଣି ୧୬ ତାରିଖରେ ବଲାଙ୍ଗିର ଆସିବେ ମୋଦି। ସେହିପରି ୧୮ ତାରିଖରେ କଟକରେ ରହିଛି ବିଜେପି ସଭାପତି ଅମିତ ଶାହାଙ୍କ କାର୍ଯ୍ୟକ୍ରମ। ୧୯ ନିର୍ବାଚନରେ ଓଡ଼ିଶା ବିଜେପିର ଫୋକସରେ ଥିବାରୁ ମୋଦି ଓ ଅମିତ୍‌ଙ୍କ ଘନ ଘନ ଓଡ଼ିଶାଗସ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

You might also like