ଆସୁଛନ୍ତି ମୋଦି ଓ ରାହୁଲ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଜି ଏହି ସୂଚନା ଦେଇଛନ୍ତି।

ଏଥିସହ ଆଗାମୀ ଦିନରେ ବିଜେପିରେ ରାଜ୍ୟର ବହୁ ପ୍ରମୁଖ ନେତା ସାମିଲ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

ସେପଟେ ଚଳିତ ଡିସେମ୍ବର ମାସ ଶେଷ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।ଏହି ଗସ୍ତ ସମୟରେ ରାହୁଲ ଓଡ଼ିଶାରେ ଦୁଇ ଦିନ ରହିବେ।  ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି।

ଆସନ୍ତା ଡିସେମ୍ବର ୨୨ ଓ ୨୩ କିମ୍ବା ୨୭ ଓ ୨୮ ତାରିଖରେ ରାହୁଲଙ୍କ ଓଡ଼ିଶା ଗସ୍ତରେ ଆସିପାରନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲଙ୍କ ଗସ୍ତର ତାରିଖ ଚୂଡାନ୍ତ ହୋଇ ନାହିଁ। ଆସନ୍ତା ଦିନେ ଦୁଇଦିନ ଭିତରେ ତାରିଖ ଚୂଡ଼ାନ୍ତ ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଗସ୍ତ କରିବେ ସେ ସଂକ୍ରାନ୍ତରେ ଆଲୋଚନା ଜାରି ରହିଛି। ରାହୁଲଙ୍କ ଏହି ଗସ୍ତ ସମୟରେ ସେ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିବା ସହ ଆସନ୍ତା ସାଧାରଣ ନିର୍ବାଚନ ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

You might also like