• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ ଦିନ ତଳେ ବିଜେଡିର ଗୁଣ୍ଡାଲୋକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି।

ବିଜେପି ସରକାର ଆସିଲେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ଓଡ଼ିଶାରୁ ଗୁଣ୍ଡାରାଜ ଦୂର କରିବା ପାଇଁ ଆମେ ବଦ୍ଧ ପରିକର। ମୋଦି ଅଛି, ତେଣୁ ବିଜେଡି ଗୁଣ୍ଡାଙ୍କୁ ଡରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ତାସହ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଠାକାର ସରକାର ବଦଳାଇବାକୁ ଆହ୍ୱାନ ଦେଇଥିଲେ। ୧୯ବର୍ଷ ଭିତରେ ଖୋଦ୍ ରାଜଧାନୀ ଭୁବନେଶ୍ୱରର ଆଖିଦୃଶିଆ ବିକାଶ ହୋଇନଥିବା କହିଥିଲେ ପ୍ରଧାନମନ୍ତ୍ରୀ। ଏହାଛଡ଼ା ପିସି ପାଇଁ ଓଡ଼ିଶାର ବିକାଶକୁ ବିଜେଡି ସରକାର ରୋକି ଦେଇଥିବା କହିବା ସହ ବିଜେଡି ସରକାର କିଛି ଲୋକଙ୍କୁ ଧରି କୋଟେରୀରେ ଚାଲିଛି ବୋଲି କହିଥିଲେ ମୋଦି। ଏହାଛଡ଼ା ଆହୁରି ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ।

ତେବେ ମୋଦିଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

https://youtu.be/W92NcnOXW0U

Pm-modi-addresses-vijay-sankalp-samabesh-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories