ତାଲିକା ନଦେଲେ ଟଙ୍କା କେମିତି ମିଳିବ କହିଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର  : ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟକୁ ପୁଣି ଥରେ ଚାଷୀଙ୍କ ତାଲିକା ମାଗିଲେ କେନ୍ଦ୍ର ସରକାର। ଦେଶରେ ସାଢେ ୧୪ କୋଟି ଚାଷୀ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ହେଲେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନଦେଲେ ଟଙ୍କା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ପିଏମ୍‌ କିଷାନ ଯୋଜନାରେ ସାମିଲ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ ଲକ୍ଷ ୮୦ ହଜାର ଚାଷୀଙ୍କ ତାଲିକା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଲକ୍ଷ ୨୬ ହଜାର ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଓ ୯ ଲକ୍ଷ ୩୪ ହଜାର ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି।

ଏପଟେ ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ପ୍ରଥମ କିସ୍ତି ଟଙ୍କା ଦେଇଛନ୍ତି। ତେଣୁ ଏହି ତାଲିକାରୁ ବାକି ୨୧ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି। ଏ ନେଇ ଆଜି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛି ବିଜେପିର ପ୍ରତିନିଧି ଦଳ। ଏହା ଭିତରେ ପ୍ରାୟ ଅଢ଼େଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ ‘କାଳିଆ’ ଟଙ୍କା ନେଇ କୃଷି ବିଭାଗର ଚିନ୍ତା ବଢ଼ାଇ ଦେଇଛନ୍ତି। ତେବେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ବାକି ଚାଷୀ ତାଲିକା କେନ୍ଦ୍ରକୁ ଶୀଘ୍ର ପଠାଯିବ।

ସେ କହିଛନ୍ତି, ‘ପିଏମ୍‌ କିଷାନ ଯୋଜନା ପାଇଁ ତୁରନ୍ତ ଯାହା ଡାଟା ଥିଲା ପଠାଇଛୁ। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଥିବା ପାରାମିଟର ଦେଖି ପ୍ରସ୍ତୁତିରେ ଡେରି ହେଉଛି। ତେବେ ଖୁବ୍ ଶୀଘ୍ର ତାଲିକା ପ୍ରସ୍ତୁତ ହୋଇଯିବ।’

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like