ଯୁକ୍ତ ୨ ପରୀକ୍ଷା: ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍‌ ରୁମ୍‌ରେ ହୋଇପାରିବ ପରୀକ୍ଷା

ଭୁବନେଶ୍ୱର: ବାକିଥିବା ଯୁକ୍ତ ୨ ପରୀକ୍ଷାକୁ ନେଇ ଏବେ ଚିନ୍ତା ଦେଖାଦେଇଛି। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ CHSE ପକ୍ଷରୁ ଡାଟା ମଗାଯାଇଛି।

ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ଏଥିରେ ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍‌ ରୁମ୍‌କୁ ମଧ୍ୟ ପରୀକ୍ଷା ହଲ୍‌ ଭାବେ ଗଣା ଯାଇପାରିବ ବୋଲି କୁହାଯାଇଛି।

ଯଦି ଆବଶ୍ୟକ ପଡ଼େ ନିଜ କଲେଜ ପରିସରରେ ଥିବା ହଷ୍ଟେଲକୁ ମଧ୍ୟ ଏଥିପାଇଁ ବ୍ୟବହାର କରିହେବ। ଯଦି ନିଜ କେନ୍ଦ୍ରରେ ଆବଶ୍ୟକୀୟ ସ୍ଥାନ  ନ ହୁଏ ତେବେ ନିକଟସ୍ଥ ହାଏର ସେକଣ୍ଡାରୀ ସ୍କୁଲ କିମ୍ବା କଲେଜରେ ପରୀକ୍ଷା ପାଇଁ ବ୍ୟବସ୍ଥା କରିହେବ। ଏ ସଂପର୍କିତ ସମସ୍ତ ତଥ୍ୟ କାଉନସିଲ୍‌କୁ ଦେବାକୁ କୁହାଯାଇଛି।

ଚଳିତବର୍ଷ ଯୁକ୍ତ ୨ର ଉଭୟ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ କିଛି ବିଷୟର ପରୀକ୍ଷା ବାକି ରହିଛି।

You might also like