୭ରୁ ଯୁକ୍ତଦୁଇ ପରୀକ୍ଷା,ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ରାଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

୧ ହଜାର ୯୧ଟି କେନ୍ଦ୍ରରେ ପରୀକ୍ଷା  କରାଯିବାକୁ ଥିବା ବେଳେ ୨୦୨ଟି ଏଗଜାମିନେସନ ମ୍ୟାନେଜମେଣ୍ଟ ହବ୍‌ର ବ୍ୟବସ୍ଥା କରାଯାଇଛଇ।

ତେବେ ମାଟ୍ରିକ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାର୍ଡ, ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଆବଶ୍ୟକ ପରିମାଣର ଅବଜରଭରଙ୍କୁ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଏବଂ କାଲ୍‌କୁଲେଟର ନେବା ଉପରେ କଟକଣା ଲଗାଯାଇଛି।

ସେହିପରି ପରୀକ୍ଷା କେନ୍ଦ୍ରରେ ସିସିଟିଭି କଭରେଜ୍‌ ମଧ୍ୟରେ ରହିବ।

ସକାଳ ସାଢ଼େ ୯ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷାରେ ପହଞ୍ଚିବ ପ୍ରଶ୍ନପତ୍ର। ଏହାସହ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଯେପରି ସଠିକ୍ ଭାବେ ପରୀକ୍ଷା ପରିଚାଳନା ହେବ, ତା’ଉପରେ ମଧ୍ୟ ସିଏଚ୍ଏସ୍‌ ଗୁରୁତ୍ୱ ଦେଉଥିବା ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ ପଣ୍ଡା କହିଛନ୍ତି।

You might also like