୧୯ରେ ବାହାରିବ ଯୁକ୍ତ ଦୁଇ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  ସେହିପରି ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ୧୨ରେ ପ୍ରକାଶ ପାଇଥିଲା +2 ବିଜ୍ଞାନ ରେଜଲ୍ଟ।  ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ।

ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି  ଆଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ।

ତେବେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଲେ- ସେପ୍ଟେମ୍ୱର ୧୪ରୁ ୨୨ ଯାଏଁ ହେବ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ସେପ୍ଟେମ୍ୱର ୧୪ରୁ ୨୪ ଯାଏଁ ଓପନ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଣ୍ଟାରୀ।

You might also like