ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ

ଭୁବନେଶ୍ୱର: ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ। ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି। ଏହି କ୍ରମରେ ଯୁକ୍ତ ୩ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ଓ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କ ପାଉଣା ବୃଦ୍ଧି କରିବାକୁ ଯୋଜନା ଚାଲିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ପୂର୍ବରୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ଅଧ୍ୟାପକଙ୍କୁ ୩୦୦ରୁ ୫୦୦ ଟଙ୍କା ମିଳୁଥିବା ବେଳେ ଏହା ପ୍ରାୟ ୧ ହଜାର ଟଙ୍କାକୁ ବୃଦ୍ଧି ହୋଇପାରେ। ସେହିପରି ପରୀକ୍ଷା ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କୁ ଖାତା ପିଛା ୧୦ରୁ ୨୦ ଟଙ୍କା ମିଳୁଥିବାବେଳେ ତାହା ୩୦ ଟଙ୍କାକୁ ବୃଦ୍ଧି ହୋଇପାରେ। ଏନେଇ ଯୋଜନା ଚାଲିଥିବା ଜଣାପଡ଼ିଛି।

ରାଜ୍ୟରେ ସ୍ୱଳ୍ପ ସଂଖ୍ୟକ ମୂଲ୍ୟାୟନ କେନ୍ଦ୍ର ଥିବାରୁ ଏହାର ବୃଦ୍ଧି ପାଇଁ ମଧ୍ୟ ଯୋଜନା ଚାଲିଛି। ଏଥିସହ ପରୀକ୍ଷା ସରିବାର ୪୫ ଦିନ ଭିତରେ କିଭଳି ରେଜଲ୍ଟ ବାହାରିବ ସେନେଇ ଉଚ୍ଚଶିକ୍ଷା ବିଭାଗ ଚେଷ୍ଟା କରୁଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ

ଆହୁରି ପଢ଼ନ୍ତୁ

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

You might also like