ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ମନ୍ତ୍ରୀ କହିଲେ…..

ଭୁବନେଶ୍ୱର: ମାଟ୍ରିକ୍ ପରେ ଏବେ ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବି ଜୋର ଧରିଲା। ପରୀକ୍ଷା ବାତିଲ୍‌ ଦାବି ନେଇ ଯୁକ୍ତ ଦୁଇ  ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି।  ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ  ଆନ୍ଦୋଳନ କରିଛନ୍ତି । ପୂର୍ବରୁ ମାଟ୍ରିକ୍ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ୧୦ମ ବୋର୍ଡ ପରୀକ୍ଷା ବାତିଲ୍ କରିଥିଲେ ସରକାର । କରୋନା ସଂକ୍ରମଣ ପାଇଁ ଏବେ ପ୍ଲସ୍ ଟୁ ପରୀକ୍ଷା ସ୍ଥଗିତ ରହିଛି ।

ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଦାସ କହିଛନ୍ତି,  ପିଲାମାନେ ମାଟ୍ରିକ ପରୀକ୍ଷା ନ ଦିଅନ୍ତୁ କିମ୍ବା ପରୀକ୍ଷା ବନ୍ଦ ହୋଇଯାଉ ଏମିତି ଇଛା ରାଜ୍ୟ ସରକାରଙ୍କ ନଥିଲା । ହେଲେ ଅବସ୍ଥା ଏପରି ହେଲା ଆମେ ବାଧ୍ୟ ହେଲୁ ପରୀକ୍ଷା ବନ୍ଦ ଲାଗି ।

କିନ୍ତୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ପାଠ ପଢ଼ାରେ ମନ ନିବେଶ କରନ୍ତୁ । ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ସେହି ଅନୁଯାୟୀ ଜୁନ୍‌ରେ ହିଁ ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ ସ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ସୂଚନାଥାଉ କି,  ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ଗତ ୨୧ ତାରିଖ ଭେଟିଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଦାବି ଅନୁଯାୟୀ, CBSC/ ICSC ପରେ ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାସହ ମଦ୍ରାସା ପରୀକ୍ଷାକୁ ମଧ୍ୟ ସରକାର ବାତିଲ କରିଥିଲେ। ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ। ରେଜଲ୍ଟକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ। କରୋନା ସ୍ଥିତିକୁ ଦେଖି ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଥିଲା।

ମାଟ୍ରିକ ପରୀକ୍ଷା ବାତିଲ ହେବା ପରେ ପରେ ପ୍ଲସ ଟୁ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଥିଲେ। ଯଦି ମାଟ୍ରିକ ପରୀକ୍ଷା ବାତିଲ ହେଲା ତେବେ ଆମର କାହିଁକି ହେବନି ବୋଲି ଅଡି ବସିଥିଲେ ଛାତ୍ରାଛାତ୍ରୀ। ପ୍ରଥମତଃ କ୍ଲାସ୍‌ରେ ପାଠପଢା ହୋଇନାହିଁ, ତା ସାଙ୍ଗକୁ କରୋନା ଭାୟ। ଏସବୁକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପ୍ଲସ ଟୁ ଛାତ୍ରଛାତ୍ରୀମାନେ ଜୁନ୍‌ ପର୍ଯ୍ୟନ୍ତ ପାଠ ପଢ଼ିବା ଦରକାର।  ଜୁନ୍‌ ପ୍ରଥମ ସପ୍ତାହରେ  ସରକାର ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ।

You might also like