• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଆଜି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଛି।

ଚଳିତବର୍ଷ ମୋଟ୍‌ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଯୁକ୍ତ ୩ରେ ନାମ ଲେଖା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୮ହଜାର ୨୨୨ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

ଏଥର କଟ୍‌ ଅଫ୍‌ରେ ବିଜେବି କଲେଜ ଆଗରେ ରହିଛି। ବିଜେବି କଲେଜର କଳା ବିଭାଗର ଭୂଗୋଳ(Hons)ରେ ସର୍ବାଧିକ ୮୯ ପ୍ରତିଶତ, ବିଜ୍ଞାନ ବିଭାଗର ଜୁଲୋଜି(Hons)ରେ ସର୍ବାଧିକ ୯୧.୫ପ୍ରତିଶତ, ଗଣିତ(Hons)ରେ ସର୍ବାଧିକ ୯୩.୫ପ୍ରତିଶତ, ଫିଜିକ୍ସ(Hons)ରେ ସର୍ବାଧିକ ୯୨.୬୭ପ୍ରତିଶତ, କେମିଷ୍ଟ୍ରି(Hons)ରେ ସର୍ବାଧିକ ୯୦.୮ପ୍ରତିଶତ ଏବଂ ବଟ୍ନି(Hons)ରେ ସର୍ବାଧିକ ୮୮ପ୍ରତିଶତ କଟ୍ ଅଫ୍‌ ମାର୍କ ରହିଛି।

ଆଜିଠୁ ଜୁଲାଇ ୨୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଫି ପେମେଣ୍ଟ କରିପାରିବେ। ଜୁଲାଇ ୧୯ରୁ ୨୩ ପର୍ଯ୍ୟନ୍ତ ଆଡ୍‌ମିଶନ୍‌ ହେବ। ତେବେ  ‘Annexure-7’କୁ ଛାତ୍ରଛାତ୍ରୀମାନେ ଭଲ ଭାବରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ସ୍ଲାଇଡ୍‌ ଅପ୍‌ରେ ଯିବା ପାଇଁ ଇଚ୍ଛୁକ ନ ଥିବେ ସେମାନଙ୍କୁ ‘Annexure-7’କୁ ପୂରଣ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଅଗଷ୍ଟ ୫ରେ ଦ୍ୱିତୀୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯଦି ସିଟ୍‌ ବଳକା ପଡ଼େ ତେବେ ସ୍ପଟ୍‌ ଆଡ୍‌ମିଶନ୍‌ ହେବ।

ଅଗଷ୍ଟ ୮ରେ କ୍ଲାସ୍‌ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Plus-3-first-phase-cut-off-mark-published
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories