ଶ୍ରୀମନ୍ଦିର ସହ ଅନ୍ୟ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳିବ କି ?

ପୁରୀ: ଶ୍ରୀମନ୍ଦିର ସହ ରାଜ୍ୟର ସବୁ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳୁ। ଏ ନେଇ  ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ଆଡଭୋକେଟ ଜୟନ୍ତ ବଳ ରାଜ୍ୟ ସରକାରଙ୍କ ଅନ୍ ଲକ-୪ ଗାଇଡ୍ ଲାଇନକୁ  ଚାଲେଞ୍ଜ କରି ଆବେଦନ କରିଛନ୍ତି ।

ଆବେଦନରେ ଅନଲକ୍ _୪ ଗାଇଡ୍ ଲାଇନର ଧାରା ୨(i)କୁ ଚାଲେଞ୍ଜ କରାଯାଇଛି।  ଧାରା ୨(i) ଅନୁସାରେ ସେପଟେମ୍ବର ୩୦ ଯାଏଁ କୌଣସି ଧାର୍ମିକସ୍ଥଳ ଖୋଲିବାକୁ ସରକାର ବାରଣ କରିଛନ୍ତି । ଏଣୁ ଏହା ବିରୋଧରେ ଆଡଭୋକେଟ୍ ଜୟନ୍ତ ବଳ ପୁଣିଥରେ ଆବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ।

You might also like