ବାଲେଶ୍ୱର ଫକୀର ମୋହନ କଲେଜର ଖେଳ ପଡିଅା ବିବାଦ

ବାଲେଶ୍ୱର  : ବାଲେଶ୍ୱର ଫକୀର ମୋହନ କଲେଜର ଖେଳପଡିଅାକୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦଘାଟନ ବେଳେ ଗଣ୍ଡଗୋଳ। ପଡିଅା ତିଅାରି ନିମ୍ନମାନର ହୋଇଥିବାବେଳେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଫକୀରମୋହନ କଲେଜର ବାଣିଜ୍ୟ ସୌଧ ଗୃହର ଶିଳାନ୍ୟାସ କରିବା ସହ ଓଡିଶା ଷ୍ଟେଟ୍‌ ଓପନ୍ ୟୁନିଭରସିଟିର ଆଂଚଳିକ ଶାଖା ଏବଂ ଖେଳପଡିଅାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମୟରେ କଲେଜର ଛାତ୍ର ଏବଂ ସହର ବାସିନ୍ଦା ମିଶି ଏହି ଉଦ୍‌ଘାଟନକୁ ବିରୋଧ କରିଥିଲେ।

ପୂର୍ତ୍ତବିଭାଗ ପକ୍ଷରୁ ୬୮ ଲକ୍ଷ ୧ହଜାର ଟଙ୍କା ଅନୁମୋଦିତ ହୋଇଥିବାବେଳେ ପଡିଅାରେ ଉନ୍ନତ ଘାସ, ବିଜୁଳି ଅାଲୁଅ, ଡ୍ରେନ୍‌ର କୌଣସି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ତେବେ ମନ୍ତ୍ରୀ ଅନନ୍ତ ଦାସ ଏହାକୁ ସ୍ୱୀକାର କରିବା ସହ ୩୦ ଦିନ ଭିତରେ ସମାଧାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

You might also like