ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା !

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ। ଉକ୍ତ ଅଞ୍ଚଳରେ ଥିବା ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଛାତ୍ରମାନେ ନିର୍ଦ୍ଧିଷ୍ଟ ଏକ ଦୋକାନରୁ ଅଣ୍ଡା କିଣି ହଷ୍ଟେଲ୍‌କୁ ଫେରି ରୋଷେଇ କରିଥିଲେ। କିନ୍ତୁ ରୋଷେଇ ସମୟରେ ଏକ ପ୍ଲାଷ୍ଟିକ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ଛାତ୍ରମାନେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଅଣ୍ଡା ବ୍ୟବସାୟୀ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସଂପୃକ୍ତ ଅଣ୍ଡା ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖିଛି।

You might also like