କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ।

ଏହାକୁ କଟକ ଅଶ୍ୱିନୀ ହସ୍ପିଟାଲ ପରିଚାଳନା କରିବ ଗଞ୍ଜାମରେ କୋଭିଡ୍ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୨ ଜଣ IAS ଅଫିସର, ୨୫ OAS ଅଫିସର, ୧୦୫ ଜଣ ORS ଅଫିସର୍, ୩୦ ଜଣ MBBS ଡାକ୍ତର, ୧୦୦ ଆୟୁଷ ଡାକ୍ତର ଓ ୨୭ ଲାବୋରେଟୋରୀ ଟେକ୍ନିସିଆନ୍‌ଙ୍କୁ ନିୟୋଜିତ କରାଯାଇଛି। ଏଥିସହ ୩ଜଣ ଡିଏସପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର୍ ଓ ୧୦ ପ୍ଲାଟୁନ ପୋଲିସ ପଠାଇବାକୁ ନିଷ୍ପତ୍ତି ହୋଇଛି।

ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାର ସବୁ ବିଧାୟକଙ୍କ ସହିତ ଆଲୋଚନା କରାଯାଇଛି। ଏହି ଭିଡିଓ କନ୍ଫରେନସିଂରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଇଥିଲେ। ଗଂଜାମ ଜିଲ୍ଲାରେ ଭୟାନକ ସ୍ଥିତିରେ ପହଞ୍ଚିଛି କରୋନା। ଲଗାତର ଭାବେ ପ୍ରତିଦିନ ଏହି ଜିଲ୍ଲାରୁ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ କରୋନା ୯୭ ଜୀବନ ନେଇଥିବା ବେଳେ କେବଳ ଗଂଜାମ ଜିଲ୍ଲାରେ। ଏହି ସଂଖ୍ୟା ୫୯ ଆଜି ମଧ୍ୟ ଗଂଜାମରୁ ୫ ଜଣଙ୍କ ମୃତ୍ୟୁ ହୋଇଛି।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭ ଶହ ୬୬ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ହଜାର ୭୫୩। ୧୯୫୦ ଆକ୍ଟିଭ କେଶ ରହିଛି। ଗଂଜାମରେ କରୋନାକୁ ରୋକିବା ପାଇଁ କିଛି ଦିନ ତଳେ କିଛି ସ୍ୱତନ୍ତ୍ର ଅଧିକାରୀଙ୍କୁ ମଧ୍ୟ ସେଠାକୁ ପଠାଇଛନ୍ତି ରାଜ୍ୟ ସରକାର। ତା ସତ୍ତ୍ୱେ ପରିସ୍ଥିତିରେ ସୁଧାର ଆସି ପାରିନାହିଁ। ତେଣୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଗଂଜାମ ସ୍ଥିତିର ସମୀକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like