କାଲିଠୁ ରାଜ୍ୟରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି(Plasma Therapy)। ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହା ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ସୂଚନା ମିଳିଛି।

ରାଜ୍ୟରେ କୋଭିଡ଼ ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୫ଟି ଜିଲ୍ଲାକୁ ଅଧିକ ଫୋକସ୍‌ ଦେବା ପାଇଁ କୁହାଯାଇଛି। ଗଂଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଅଧିକ ଫୋକସ୍‌ରେ ରହିବ।

୫ ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁ ପରିସ୍ଥିତି ଆହ୍ୱାନମୂଳକ। ଏଥିପାଇଁ ଗଂଜାମ ଜିଲ୍ଲାରେ ଅଧିକ ମାନବସମ୍ବଳ ସହ ଭିତ୍ତିଭୂମି ସୁଦୃଢ଼ ପାଇଁ ପରାମର୍ଶ ଦେଇଛନ୍ତି ନବୀନ।