କରୋନା ମୁକାବିଲା: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ

ଭୁବନେଶ୍ୱର: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ସୂଚନା ମିଳିଛି।

ଏପରିକି ଏହି ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକତା ନାହିଁ। ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଖୁବ୍‌ ଶୀଘ୍ର ବିପଦମୁକ୍ତ ହେବେ ବୋଲି ସମ୍ଭାବନା ରହିଛି।

କଣ ଏହି ପ୍ଲାଜ୍‌ମା ଥେରାପି ?

RBC ଓ WBC ଭଳି ପ୍ଲାଜ୍‌ମା ମଧ୍ୟ ରକ୍ତର ଏକ ଉପାଦାନ। କୌଣସି କୋଭିଡ୍ ରୋଗୀ ସୁସ୍ଥ ହେବା ପରେ, ତାଙ୍କ ରକ୍ତରୁ ଆଣ୍ଟିବଡିଯୁକ୍ତ ପ୍ଲାଜ୍‌ମା ସଂଗ୍ରହ କରି, କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରବେଶ କରାଇବାକୁ ପ୍ଲାଜ୍‌ମା ଥେରାପି କୁହାଯାଏ।

ପ୍ଲାଜ୍‌ମା ଦାନ କରିବା ପାଇଁ କରୋନାରୁ ସୁସ୍ଥ ହୋଇଥିବା ପୁରୁଷ କିମ୍ବା ଗର୍ଭବତୀ ହୋଇନଥିବା ମହିଳାଙ୍କ ବୟସ ୧୮ରୁ ୬୦ ବର୍ଷ ଏବଂ ଓଜନ ୫୫ କେଜିରୁ ଅଧିକ ହୋଇଥିବା ଦରକାର। ଡୋନର୍ ରକ୍ତ ଦାନ କଲା ପରେ ସେଥିରୁ ପ୍ଲାଜ୍‌ମା ସଂଗ୍ରହ କରି, ବାକି ଉପାଦାନ ପୁଣିଥରେ ସମ୍ପୃକ୍ତ ଡୋନର୍‌ଙ୍କୁ ଫେରାଇ ଦିଆଯାଏ।

ଓଡ଼ିଶାର କରୋନା ସ୍ଥିତିରେ ସୁଧାର ଆଣିବା ଲାଗି ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଥିଲା।

You might also like