ପ୍ରଥମ ଥର ଲାଗି ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜ୍‌ମା

କଟକ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଥେରାପି। କଟକ SCBରେ ୪ଜଣଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ ହୋଇଛି। ଏହାସହ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରଥମ ଥର ଲାଗି ଜଣେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ଶେଷ ହୋଇଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ B ପଜିଟିଭ୍ ପ୍ଲାଜ୍‌ମା ଦିଆଯାଇଛି।

ଯେଉଁମାନେ ଇଚ୍ଛା ପ୍ରକାଶ କରିଥିଲେ, ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ କରାଯାଇଥିଲା। ଆହୁରି ଅନେକ ବ୍ୟକ୍ତି ମଧ୍ୟ ପ୍ଲାଜ୍‌ମା ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, ତେଣୁ ଆଗକୁ ଆହୁରି ମଧ୍ୟ ପ୍ଲାଜ୍‌ମା ସଂଗ୍ରହ ପ୍ରକ୍ରିୟା ବୃଦ୍ଧି ପାଇବ। ଜଣେ ବ୍ୟକ୍ତି ମେଡିକାଲରୁ ଡିସ୍‌ଚାର୍ଜ ହେବାର ୪ ସପ୍ତାହ ପରେ ପ୍ଲାଜ୍‌ମା ଦେଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି।

ପ୍ଲାଜ୍‌ମା ଥେରାପି ଦ୍ୱାରା ଜଣେ କରୋନାରେ ସଂକ୍ରମଣ ଗୁରୁତର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବ, ଫଳରେ ରୋଗୀ ଜଣକ ଭଲ ହୋଇପାରିବେ। ଏନେଇ କରୋନା ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ପ୍ଲାଜମା ଥେରାପି ଉଦ୍‌ଘାଟିତ: ମୁଖ୍ୟମନ୍ତ୍ରୀ କହିଲେ ମାଗଣାରେ ମିଳିବ ସେବା

You might also like