ବିନା ମାଟିରେ ବଞ୍ଚିଛି ଗଛ , ଉତ୍ପାଦନ ହେଉଛି ପ୍ରଚୁର ପରିବା

ବିନା ମାଟିରେ ଛାତଉପରେ କରୁଛନ୍ତି ପନିପରିବା ଚାଷ

କେ।ରାପୁଟ : ଡାଟା ସାଇନ୍ସ ଛାତ୍ରଙ୍କ ଭିନ୍ନ ପ୍ରୟାସ । ବିନା ମାଟିରେ ଛାତଉପରେ କରୁଛନ୍ତି ପନିପରିବା ଚାଷ । ତେବେ ଏହିପରି ଘଟଣା ଦେଖିବାକୁ ମିଳିଛି କେ।ରାପୁଟ ଜିଲ୍ଲାରେ । ଅଙ୍କିତ ମହାନ୍ତି ନାମକ ଜଣେ ଯୁବକ ରାଜ୍ୟ ବାହାରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ତେବେ କରେ।ନା ସମୟରେ ପାଠପଢାରେ ବ୍ୟାଘତ ହେବାରୁ ସେ ନିଜ ଘରକୁ ଫେରି ଆସିଥିଲେ । ପାଠ ପଢିବା ସମୟରେ ହିଁ କେମିତି ଭାବରେ ଉତମ ଚାଷ ହେ।ଇପାରିବ ଛାତ ଘରେ ସେନେଇ ଅନେକ ଗବେଷଣା ମଧ୍ୟ କରିଥିଲେ ।

ତେବେ ନିଜ ମନରେ ଥିବା ଇଚ୍ଛାଶକ୍ତି ଯେ।ଗୁଁ ନିଜ ଉଦ୍ୟମରେ ସେ ସଫଳ ହେ।ଇଛନ୍ତି । ଘର ଛାତ ଉପରେ ସେ ବାଇଗଣ, ଟମାଟେ, ଶାଗ ଆଦି ଗଛ ଲଗାଇ ଘରର ପ୍ରାୟ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିଛନ୍ତି । ତେବେ ଏହି ଚାଷ ବିନା ମାଟିରେ ହେଉଛି। ଗଛ ଗୁଡିକରେ କେବଳ ଜୈବିକ ସାର ପ୍ରୟେ।ଗ କରାଯାଉଥିବା ନେଇ ଅଙ୍କିତ ସୂଚନା ଦେଇଛନ୍ତି ।

You might also like