ମେ ୧୩ରେ ହେବ ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ। ମେ ୧୬ରେ ହେବ ଭୋଟ ଗଣତି ହେବ। ଏପ୍ରିଲ୍ ୧୯ରେ ବିଜ୍ଞପ୍ତି ପ୍ରକାଶ ସହ ମନୋନୟନପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ୍ ୨୬ ମନୋନୟନପତ୍ର ଦାଖଲର ଶେଷ ତାରିଖ। CEOଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ହୋଇଥିଲା।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ଉପ-ନିର୍ବାଚନ ସ୍ଥଗିତ ହୋଇଥିଲା। ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିଲେ। ଗୁରୁବାର ସନ୍ଧ୍ୟା ଥିଲା ପ୍ରଚାରର ଶେଷ ଦିନ। ହେଲେ ବୁଧବାର ଅପରାହ୍ନରେ ଚାଲିଗଲା କଂଗ୍ରେସ ପ୍ରାର୍ଥ ଅଜିତ ମଙ୍ଗରାଜଙ୍କ ଜୀବନ। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ଅଜିତ୍‌। ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଅଜିତଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇଥିଲା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

You might also like