ପିପିଲି ମାମଲାରେ ମନ୍ତବ୍ୟକୁ ନେଇ ବଢୁଛି ମହାରଥୀଙ୍କ ଅଡୁଆ

ଇସ୍ତଫା ଦାବିରେ ବିଜେପି ପରେ ଆନ୍ଦୋଳନକୁ ଜୋରଦାର କଲା କଂଗ୍ରେସ

ଭୁବନେଶ୍ୱର :  ପିପିଲି ପୀଡିତାଙ୍କ ସଂପର୍କରେ ମନ୍ତବ୍ୟକୁ ନେଇ ବଢୁଛି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡୁଆ। ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ମହିଳା କଂଗ୍ରେସ ଓ ବିଜେପି। ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ସଂପର୍କରେ ତାଚ୍ଛଲ୍ୟକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟରେ ଏବେ ମନ୍ତ୍ରୀ ପ୍ରଦୀପ ମହାରଥୀ।

ଉଭୟ ଦଳର ପ୍ରତିବାଦର ସ୍ୱର। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାରେ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ। ଗତକାଲି ବିଜେପି ମହିଳା ମୋର୍ଚ୍ଚା ପରେ ଆଜି ମହିଳା କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ।

ତେବେ ଶିଶୁ ଭବନ ଛକରୁ ଆଗକୁ ବଢ଼ିବାକୁ ଦେଇନଥିଲା ପୁଲିସ। ଫଳରେ ଧସ୍ତାଧସ୍ତି ହୋଇଥିଲା। ମହିଳା କଂଗ୍ରେସ କର୍ମୀ ପୁଲିସ ଉପରକୁ ଟମାଟୋ ମାଡ଼ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା।

ଏହି ଘଟଣାରେ ମୁଖମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଲାଗି ଉଭୟ ଦଳ ଦାବି କରିଛନ୍ତି। ସେହିପରି ଆସନ୍ତାକାଲି ଠାରୁ ବିଜେପି ରାଜ୍ୟବ୍ୟାପୀ ଚୁଡ଼ି ସଂଗ୍ରହ କରି ୧୦ ତାରିଖରେ ନବୀନ ନିବାସ ଘେରାଉ କରିବାକୁ ଯୋଜନା କରିଛି।

ସେପଟେ ଘଟଣାକୁ ନେଇ ଉପର ଠାଉରିଆ ଦୁଃଖ ପ୍ରକାଶ କରିଥିବା ମହାରଥୀ ବି ନୋ କମେଣ୍ଟରୁ ଅଧିକ କିଛି କହୁନାହାନ୍ତି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାରେ ସରକାର ଚୁପ୍ ବସିନାହାନ୍ତି ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like