ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍‌ : କଂଗ୍ରେସ

ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ପିପିଲି ପୀଡ଼ିତା ଇସ୍ୟୁ ଥମୁନାହିଁ। ଆଜି କଂଗ୍ରେସ ଦଳ ଏ ପ୍ରସଙ୍ଗ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି। କଂଗ୍ରେସ କହିଛି ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍‌। ମହାରଥୀଙ୍କୁ ଇସ୍ତଫା ପାଇଁ କହି ବିଜେଡି ଏଥିରୁ ମୁକୁଳି ପାରିବ ନାହିଁ। ଏ ମାମଲାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ସେହିଭଳି ଜଷ୍ଟିସ ପି.କେ. ମହାନ୍ତିଙ୍କ ରିପୋର୍ଟକୁ ବି ସାର୍ବଜନୀନ କରିବାକୁ ଦଳ ଦାବି କରିଛି। କମିଶନଙ୍କ ସୁପାରିସ୍‌ ଅନୁଯାଇ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସାନି ତଦନ୍ତ କରିବାକୁ ବି କଂଗ୍ରେସ ଦାବି କରିଛି। ତଦନ୍ତକାରୀ ଡିଏସପି ଓ କ୍ରାଇମବ୍ରାଞ୍ଚର ଭୂମିକା ସନ୍ଦେହଜନକ ହୋଇଥିବାରୁ ଘଟଣାର ଆଉ ଥରେ ତଦନ୍ତ ହେଲେ ହିଁ ସତ୍ୟ ପଦାକୁ ଆସିବ ବୋଲି ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

You might also like